ଭୁବନେଶ୍ୱର,୧୫।୧:ରାଜଧାନୀରେ ଜୀବନ ନେଲା ମୁକୁଳା ଡ୍ରେନ । ସାଲିଆସାହିରେ ମୁକୁଳା ଡ୍ରେନରେ ପଡି ଯୁବକ ମୃତ । ଭୁବନେଶ୍ବର ସାଲିଆସାହିରେ ମୁକୁଳା ଡ୍ରେନରେ ଖସିପଡି ଯୁବକଙ୍କ ମୃତ୍ୟୁ । ନୂଆ ରାସ୍ତା ପାଇଁ ତିଆରି ହେଉଥିବା ଡ୍ରେନ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ ।ରାଜଧାନୀ ସହରରେ ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ । ଉତ୍ତର ଭୁବନେଶ୍ୱର ସାଲିଆସାହିରେ ଘଟିଛି ଏହି ଅଘଟଣ । ଘଟଣା ଅନୁସାରେ ସଲିଆସାହିରେ ନୂଆ ରାସ୍ତା ନିର୍ମାଣ ପାଇଁ ଡ୍ରେନ ମୁକୁଳା ପଡିଥିଲା । ଏହି ମୁକୁଳା ଡ୍ରେନରେ ସାଲିଆସାହିର ଜଣେ ଯୁବକ ପଡି ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡ ଡ୍ରେନରେ ଗୋଡ ଖସିଯିବାରୁ ମୁକୁଳା ଡ୍ରେନରେ ପଡିଯାଇଥିଲେ ସେହି ବସ୍ତିର ସିନୁ ଗାଗରାଇ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାକୁ ନେଇ ବିଏମସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |