ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)’-ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ମନ୍ ଯୋଗ ଦେଈ କିପାରି ଲୋକେ ବାହାରକୁ ଦାଦନ ନ ଯାଇ ନିଜ ଅଞ୍ଚଳରେ କାର୍ଯ୍ଯ ପାଇବେ ସେହି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଚାସୀନ ଥିଲେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଡାବୁଗାଁ ବିଡିଓ ସମିର ପାତ୍ର, ଜୋନ -୧ ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଜୋନ -୨ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ଡାବୁଗାଁ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ମିଶ୍ର ପ୍ରମ୍ମୁଖ । ଜୁନାପାଣୀ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ବଡଓଲମା ଓ ନନ୍ଦପୁରା ପଞ୍ଚାୟତ ରେ ଉକ୍ତ ଯୋଜନା ରେ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ପଠା ଯାଇଥିଲା , ପରେ ସରକାରଙ୍କ ଆକାଉଣ୍ଟ କୁ ନିଆଯାଇଥିଲା। କିପରୀ ମୃତ ବ୍ୟକ୍ତି ଙ୍କୁ ଟଙ୍କା ପଠାଯାଇଥିଲା ସେ ନେଇ ଆଲୋଚନା ହେବା ପରେ ଉକ୍ତ ଯୋଜନା ରେ ସମ୍ପୃକ୍ତ ଥିବା ଅଧିକାରୀ ଙ୍କୁ ପଚରଜାଇ ଆଗାମୀ ଦିନରେ ଯଦି ଏପରି ଘଟଣା ସାମ୍ନାକୁ ଆସେ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ବଡଓଲମା ବିଦ୍ୟାଳୟ ୱାଲ ର କାର୍ଯ୍ୟ ୭୫% କାମ ସରିଯାଇଥିବା ବେଳେ ବଳକା ୨୫% କାମ ହୋଇପାରିନାହିଁ ନେଇ ଆଲୋଚନା ହୋଇଥଲା , ଚଚରାଗୁଡ଼ା ପଞ୍ଚାୟତ ରେ ବିଗତ ୬ମାସ ମଧ୍ୟରେ ଉକ୍ତ ଯୋଜନା ରେ ଜବକାର୍ଡ ଧରୀ ଙ୍କୁ କାର୍ଯ୍ୟ ନଦେବା ଓ କାର୍ଯ୍ୟ ରେ ଅନିୟମିତତା ହୋଇଥିବା କାର୍ଯ୍ୟ ଉପରେ ଅନୁଧ୍ୟାନ କରିଥିଲେ , ଜବାଗୁଡ଼ା ରେ ବିନା ପିଓ ଓ ସରପଞ୍ଚ ଙ୍କ ଦସ୍ତଖତ ରେ ଟଙ୍କା ପଠାଯିବା ନେଇ ବିଗିଡି ଥିଲେ ଅତିରିକ୍ତ ଜିଲ୍ଲାପାଳ , ପିଇଓ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ କାରଣ ଦର୍ଶାଇବା ପାଇଁ କହିଥିଲେ , ସେହିପାରି ଡାବୁଗାଁ ର ବିଭିନ୍ନ ପଞ୍ଚାୟତ ରେ ଉକ୍ତ ଯୋଜନା ରେ ହୋଇଥିବା କାର୍ଯ୍ୟ ଉପରେ ଅନିୟମିତତା ଓ ତାହାର କିପରି ଆଗାମୀ ଦିନରେ ବ୍ୟତିକ୍ରମ ହେବନାହିଁ ସେନେଇ ଆଲୋଚନା ହୋଇଥଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ଅଧିକାରି ବୈଭସୁତ ଚଲାଣ ସମସ୍ତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ଅଧିକାରୀ ପ୍ରକାଶ ସୁନା ପରିଚାଳନା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |