ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) : ନବରଙ୍ଗପୁର ବନଖଣ୍ଡ ଅଧିନ ଡାବୁଗାଁ ବନାଞ୍ଚଳ ରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡୀ ଓ ପଟା ଗୁରୁବାର ଜବତ ହୋଇଛି । ସୂଚନା ଯୋଗ୍ୟ ଡାବୁଗାଁ ବନାଞ୍ଚଳ ଅଧିନ ରତିଗୁଡ଼ା ଗ୍ରାମ ନିକଟରେ ବେ ଆଇନ ଭାବେ କିଛି ଦୃବୁତ ଶାଗୁଆନ ଗଛ କାଟି ବିକ୍ରି କରିବା ନିମନ୍ତେ ଗଣ୍ଡୀ ଓ ପଟା ତିଆରି କରୁଥିବା ସମୟାରେ କୌଣସି ମତେ ସୂଚନା ପାଇ ବନଖଣ୍ଡ ଅଧିକାରୀ ଉଦ୍ୟମ ସୁବୁଦ୍ଧି ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନ ସଂରକ୍ଷକ ସୁକାନ୍ତ କୁମାର ଖୁଣ୍ଟିଆଙ୍କ ତତ୍ତ୍ଵାବଧାନରେ ଡାବୁଗାଁ ବନାଞ୍ଚଳ ରାମ ଚନ୍ଦ୍ର ଭତ୍ରା ଙ୍କ ସହ ମିଶି ଏକ ଟିମ ଗଠନ କରି ଚଢ଼ଉ କରିଥିଲେ । ଘଟଣା ସ୍ଥଳରୁ ଦୃବୁତ ମାନେ ଖସିଯାଇଥିବା ବେଳେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡୀ ଓ ପଟା ଏବଂ ୨ଟି କରତ ଜବତ କରିଥିଲେ ।ଯାହାର ଆନୁମାନିକ ମୂଲ୍ୟ 1ଲକ୍ଷ ହେବ।ସମସ୍ତ ସାମଗ୍ରୀ କୁ ମଇଦଲପୂର ବାନପାଳଙ୍କ କାର୍ଯ୍ୟଳୟରେ ରଖାଯାଇଛି ଏନେଇ ଏକ ୟୁଆଇଡି କେସ ନଂ ୧୧୯/୨୦୨୬-୨୭ ରେ ଏକ ମମଲା ରୁଜୁ ହୋଇଛି । ଏହି ଚଢ଼ଉ ସମୟରେ ବନପାଳ ବିପିନ କୁମାର ହରିଜନ, ପ୍ରଫୁଲ୍ଲ ମାଝୀ, ଚନ୍ଦ୍ରଧ୍ଵଜ ନାଗ, ବନରକ୍ଷୀ ବସନ୍ତ କୁମାର ନାୟକ , ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝୀ , ସରସ୍ଵତୀ ମେହେର ଓ ସମସ୍ତ ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |