ଜି-୨୦ ସମ୍ମିଳନୀ: ଦିଲ୍ଲୀ ସରକାର ଜାରି କଲେ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ,୬।୯:ଆସନ୍ତା ସେପ୍ଟେମ୍ବର ୯ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ | ଆସନ୍ତା ୯ଏବଂ ୧୦ସେପ୍ଟେମ୍ବରରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀକୁ ଅତି ସୁନ୍ଦର ଭାବେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସବୁ ସ୍ଥାନରେ ନିୟୋଜିତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏହି ସମୟ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବ୍ୟତୀତ, ଦିଲ୍ଲୀ-ଏନସିଆରରେ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କ୍ରମରେ ଦିଲ୍ଲୀ ପରିବହନ ବିଭାଗ ଯାନବାହନ ଚଳାଚଳ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି।ପରିବହନ ବିଭାଗ ଦ୍ୱାରା ମଙ୍ଗଳବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦିଲ୍ଲୀର ମଥୁରା ରୋଡ, ଭୌରା ରୋଡ, ପୁରୁଣା କିଲା ରୋଡ ଏବଂ ପ୍ରଗତି ମଇଦାନ ଟନେଲ ଭିତରୁ କୌଣସି ମାଲବାହି, ବାଣିଜ୍ୟିକ ଯାନ, ଆନ୍ତ ରାଜ୍ୟ ବସ୍‌, ସହର ଭିତରେ ବସ୍‌ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ ୭ ସେପ୍ଟେମ୍ବର ୧୨ ମଧ୍ୟରାତ୍ରିରୁ ଏବଂ ୧୦ସେପ୍ଟେମ୍ବର ରାତି ୧୧.୫୯ ପର୍ଯ୍ୟନ୍ତ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!