ବର୍ଷୀୟାନ ଅଭିନେତା ସତୀନ୍ଦର କୁମାର ଖୋସ୍‌ଲାଙ୍କ ପରଲୋକ

ମୁମ୍ବଇ୧୩/୯: ବୀରବଲ ନାମରେ ଜଣାଶୁଣା ବର୍ଷୀୟାନ ଅଭିନେତା ସତୀନ୍ଦର କୁମାର ଖୋସ୍‌ଲାଙ୍କ ପରଲୋକ ଘଟିଛି। ୮୦ ବର୍ଷିୟ ସତୀନ୍ଦର ମଙ୍ଗଳବାର ରାତିରେ ମୁମ୍ବଇର କୋକିଲାବେନ୍ ହସ୍ପିଟାଲରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁ ଖବର ନେଇ ତାଙ୍କ ବନ୍ଧୁ ଜୁଗ୍‌ନୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସତୀନ୍ଦରଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ସତୀନ୍ଦରଙ୍କ ବିୟୋଗ ନେଇ ‘ଏକ୍ସ’  ଯୋଗେ ଶୋକ ପ୍ରକାଶ କରିଛି  ସିନେ ଆଣ୍ଡ୍‌ ଟିଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌(ସିନ୍‌ଟା)। ସିନ୍‌ଟା ଲେଖିଛି, ‘‘ବୀରବଲ୍‌ଙ୍କ ମୃତ୍ୟୁ ଯୋଗୁଁ ‘ସିନ୍‌ଟା’ ସମବେଦନା ବ୍ୟକ୍ତ କରୁଛି (ସେ ୧୯୮୧ରୁ ‘ସିନ୍‌ଟା’ର ସଦସ୍ୟ ଥିଲେ)।’’ସତୀନ୍ଦର ଅନେକ ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ତେବେ ‘ସୋଲେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଏଦୀ ଚରିତ୍ର ଜରିଆରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ବନ୍ଧନ’। କିନ୍ତୁ ଭି. ଶାନ୍ତାରାମ୍‌ଙ୍କ ‘ବୁନ୍ଦ ଜୋ ବନ୍‌ଗୟୀ ମୋତି’ ଚଳଚ୍ଚିତ୍ରରେ ବାଞ୍ଛାରାମ ଭୂମିକାରେ ଅଭିନୟ କରିବା ପରେ ସେ ଦର୍ଶକଙ୍କ ନିକଟରେ ପରିଚିତ ହେଲେ। ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଉଛି, ‘ଫିର୍‌ କଭି’, ‘ମେରା ଗାଓଁ, ମେରା ଦେଶ୍‌’, ‘ସଦ୍‌ମା’, ‘ଚାର୍ଲି ଚାପ୍‌ଲିନ୍‌’, ‘ଅନୁରୋଧ’, ‘ତପସ୍ୟା’, ଅମିର୍‌ ଗରିବ୍’ ‘ହମ୍‌ ହୈଁ ରାହି ପ୍ୟାର୍‌ କେ’, ‘ଦିଲ୍‌’, ‘ଗ୍ୟାମ୍ବ୍‌ଲର୍‌’ ଏବଂ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ଖିଲାଡି’।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!