ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର,କପିଲ ସିବଲଙ୍କ କଟାକ୍ଷ

ନୂଆଦିଲ୍ଲୀ,୧୩।୯: ଜି-୨୦ ବୁକଲେଟ୍‌ରେ ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଏପ୍ରସଙ୍ଗରେ ରାଜ୍ୟସଭା ସାଂସଦ କପିଲ ସିବଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁସ୍ତକର ନାଁ ରହିଛି ଭାରତ: ଦି ମଦର ଅଫ ଡେମୋକ୍ରାସି। ଏହି ୩୮ ପୃଷ୍ଠା ସମ୍ବଳିତ ବୁକଲେଟ୍‌ରେ ମୋଗଲ ସମ୍ରାଟ ଆକବରଙ୍କ ବିଷୟରେ ସବିଶେଷ ତଥ୍ୟ ରହିଛି। ତେବେ ଏନେଇ ସରକାରଙ୍କୁ ଟାର୍ଗେଟ କରି ସିବଲ କହିଛନ୍ତ, ସରକାର ଦୁଇଟି ଚେହେରା ଦେଖାଉଛନ୍ତି। ଗୋଟିଏ ବିଶ୍ୱକୁ ଆଉ ଗୋଟିଏ ଇଣ୍ଡିଆକୁ ଯାହା କି ଭାରତ ଅଟେ। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଦୟାକରି ଆମକୁ ଅସଲି ମନ କି ବାତ କୁହନ୍ତୁ।

G20 Magazine :
Government hails Mughal emperor Akbar as proponent of peace and democracy !

One face :
For the world
Another :
For India that is Bharat !

Please inform us about the real mann ki baat !
— Kapil Sibal (@KapilSibal) September 13, 2023

କପିଲ ସିବଲ କହିଛନ୍ତି, ଜି-୨୦ ବୁକଲେଟରେ ସରକାର ମୋଗଲ ସମ୍ରାଟ ଆକବରଙ୍କୁ ଶାନ୍ତି ଏବଂ ଗଣତନ୍ତ୍ରର ଅଗ୍ରଦୂତ ଭାବରେ ପ୍ରଶଂସା କରିଛନ୍ତି। ବିଶ୍ୱ ପାଇଁ ଗୋଟିଏ ଚେହେରା, ଅନ୍ୟଟି ଇଣ୍ଡିଆ ଯାହା ଭାରତ ତାକୁ ଆଉ ଗୋଟିଏ ଚେହେରା ଦେଖାଉଛନ୍ତି। ଏହି ବୁକଲେଟରେ ଲେଖାଯାଇଛି ଯେ କେହି ବି ଯେଉଁ ଧର୍ମରେ ହୋଇଥା’ନ୍ତୁ ସେମାନଙ୍କ ସୁଶାସନ ବିଷୟରେ ଜାଣିବା ଆବଶ୍ୟକ। ଏହି ପ୍ରକାର ଗଣତନ୍ତ୍ର ମୋଗଲ ସମ୍ରାଟ ଆକବରଙ୍କ ସମୟରେ ଥିଲା।

ଏହି ବୁକଲେଟରେ ଆହୁରି କୁହାଯାଇଛି ଯେ, ଧାର୍ମିକ ଭେଦଭାବକୁ ଦୂରେଇବା ପାଇଁ ଆକବର ‘ସୁଲହ-ଇ-କୁଲି’ ଅର୍ଥାତ୍‌ ବିଶ୍ୱ ଶାନ୍ତିର ନୀତି ପ୍ରଣୟନ କରିଥିଲେ। ଏହାସହ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଜ ଗଠନ ପାଇଁ ସେ ଏହି ନୂଆ ଧର୍ମ ‘ଦିନ-ଇ-ଇଲାହି’ର ସଂକଳ୍ପ ଉପସ୍ଥାପନ କରିଥିଲେ। ସେ ‘ଇବାଦାଖାନା (ପ୍ରାର୍ଥନା ସ୍ଥାନ)’ ମଧ୍ୟ ପ୍ରତିଷ୍ଠା କରିଥିଲେ ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟର ଜ୍ଞାନୀ ବ୍ୟକ୍ତିମାନେ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ। ବୁକଲେଟରେ କୁହାଯାଇଛି, ୯ଜଣ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ‘ନବରତ୍ନ’ ଭାବେ ପରିଚିତ ସେମାନେ ଆକବରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ବୁକଲେଟ ଅନୁଯାୟୀ ଆକବରଙ୍କ ଗଣତନ୍ତ୍ରର ଧାରଣା ଅସାଧାରଣ ଥିଲା ଏବଂ ସେ ତାଙ୍କ ସମୟଠାରୁ ବହୁ ଆଗରେ ଚାଲୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!