ଭୁବନେଶ୍ୱର,୧୭।୧୦: ଆକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱରରୁ-ଗୌହାଟିକୁ ବିମାନ ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ବିମାନ ଚଳାଚଳ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଦୈନନ୍ଦିନ ବିମାନ ଭୁବନେଶ୍ୱରରୁ ୧ଟା ୨୫ ମିନିଟରେ ଉଡାଣ ଭରି ୨ଟା ୫୫ ମିନିଟରେ ଗୌହାଟିର ବିମାନ ବନ୍ଦରରେ ଅବତରଣ କରିବ । ସେହିପରି ବିମାନ ଗୌହାଟିରୁ ୩ଟା ୫୦ରେ ଛାଡି ୫ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି । ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେବ ଓଡ଼ିଶା । କମିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ। ୨୧ତମ ସ୍ଥାନ ଭାବେ ଭୁବନେଶ୍ଵରରୁ ଆସାମର ଗୌହାଟୀକୁ ଉଡ଼ିବ ବିମାନ । ଅକ୍ଟୋବର ୨୯ରୁ ପ୍ରତିଦିନ ଭୁବନେଶ୍ଵର-ଗୌହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ ଏୟାରଲାଇନ୍ସ ।ଭୁବନେଶ୍ଵରରୁ ଗୌହାଟୀ ମାତ୍ର ଦେଢ଼ ଘଣ୍ଟା ଲାଗିବ । ପ୍ରତିଦିନ ବିମାନଟି ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ଵର ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ । ସେହିପରି ଏହା ଗୌହାଟୀରୁ ଅପରାହ୍ନ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |