ଭୁବନେଶ୍ୱର,୧୭।୧୦: ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଲଘୁଚାପ ସୃଷ୍ଟି ସମ୍ଭାବନାର ଆଶଙ୍କା ବଢିଲା । ଏଥର ଦୁର୍ଗା ପୂଜାକୁ ଲଘୁଚାପ ଭସାଇବ ବୋଲି ଆଶଙ୍କା କରାଯାଉଛି । ୨୦ ତାରିଖରେ ମହାଷଷ୍ଠୀ, ୨୪ ତାରିଖରେ ଦଶହରା ଏବଂ ୨୫ରେ ଭସାଣି ରହିଛି । ତେବେ ଲଘୁଚାପ ଆସୁଥିବା ନେଇ ଆଇଏମ୍ଡି ତରଫରୁ ସୂଚନା ମିଳିଛି । ଅନ୍ୟପଟେ ୨୦ ତାରିଖରେ ୭ଟି ଜିଲ୍ଲାରେ ବର୍ଷିବ ବୋଲି ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରାଯାଇଛି ।ଏହା ଧୀରେ ଧୀରେ ଉତ୍ତର ଉତ୍ତର- ପଶ୍ଚିମ ଦିଗରେ ଗତି କରିବ। ଏବଂ ଏହାର ପ୍ରଭାବରେ ୨୦ ଅକ୍ଟୋବର ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ବୁଲେଟିନ୍ରେ କୁହାଯାଇଛି।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଏହାର ସଂଲଗ୍ନ ଲାକ୍ଷାଦ୍ୱୀପ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୧ ତାରିଖ ବେଳକୁ କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |