ନୂଆଦିଲ୍ଲୀ,୩୧।୧୦ :ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିପାରିବେ। ଏଥିସହ ସେଠାରେ 30 ଦିନ ମଧ୍ୟ ରହିପାରିବେ ବୋଲି ଥାଇ ପର୍ଯ୍ୟଟନ ଘୋଷଣା କରିଛି। ଥାଇଲାଣ୍ଡ ଯିବା ପାଇଁ ଭାରତୀୟଙ୍କୁ ଦରକାର ନାହିଁ ଭିସା । ପର୍ଯ୍ୟଟନ ଅନୁଯାୟୀ ଭାରତୀୟମାନେ ନଭେମ୍ବର ୧୦, ୨୦୧୩ରୁ ୧୦ ମେ’ ୨୦୧୪ ପର୍ଯ୍ୟନ୍ତ ଭିସା ବିନା ଥାଇଲ୍ୟାଣ୍ଡ ପରିଦର୍ଶନ କରିପାରିବେ ଏବଂ ସେଠାରେ ୩୦ ଦିନ ପର୍ଯ୍ୟନ୍ତ ରହିପାରିବେ ବୋଲି ସୂଚନା ଦିଆଯାଇଛି । ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଥାଇଲାଣ୍ଡକୁ ଯାଇଛନ୍ତି ୨ କୋଟି ୨୦ ଲକ୍ଷ ପର୍ଯ୍ୟଟକ । ଅଧିକ ପର୍ଯ୍ୟଟକଙ୍କ ଆଗମନ ପାଇଁ ଥାଇଲ୍ୟାଣ୍ଡ ସରକାର ଭାରତୀୟ ଏବଂ ତାଇୱାନ ନାଗରିକଙ୍କ ପାଇଁ ଭିସା ଆବଶ୍ୟକତାକୁ ରଦ୍ଦ କରିଦେଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ଚୀନ୍ ନାଗରିକଙ୍କ ପାଇଁ ଭିସାମୁକ୍ତ କରିଥିଲା ଥାଇଲ୍ୟାଣ୍ଡ। ଏବେ ଭାରତ ଏବଂ ତାଇୱାନର ନାଗିରକଙ୍କ ପାଇଁ ଏହି ନିୟମକୁ ହଟାଇ ଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |