ନୂଆଦିଲ୍ଲୀ ,୨।୧୧: ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛନ୍ତି।ଇଡିରେ ହାଜର ହେବାକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ । ଇଡିଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କେଜ୍ରିୱାଲ କହିଛନ୍ତି ଯେ, ପଚରାଉଚରା ପାଇଁ ପଠାଯାଇଥିବା ନୋଟିସ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ କହିଛନ୍ତି ଯେ, ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ ପଠାଯାଇଛି। ଏହା ମଧ୍ୟ ପଠାଯାଇଛି ଯାହା ଦ୍ୱାରା ମୁଁ ଚାରିଟି ରାଜ୍ୟରେ ପ୍ରଚାର କରିପାରିବି ନାହିଁ। ତୁରନ୍ତ ନୋଟିସ ପ୍ରତ୍ୟାହାର କରାଯିବା ଉଚିତ୍। ଆଜି ସେ ଇଡିରେ ହାଜର ହେବାକୁ ଯାଉନାହାଁନ୍ତି। ଏହାର କାରଣ ହେଉଛି ସେ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି। ବାସ୍ତବରେ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଆଜି ଅପରାହ୍ନରେ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଏକ ରୋଡ୍ ସୋ କରିବାକୁ ଯାଉଛନ୍ତି। କିଛି ସମୟ ପରେ କେଜ୍ରିୱାଲ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଅଭିମୁଖେ ଯାତ୍ରା କରିବେ। ଏଭଳି ପରିସ୍ଥିତିରେ ସେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଯିବେ ନାହିଁ। ଦିଲ୍ଲୀ ଲିକର୍ ପଲିସି ସ୍କାମରେ ଫେବୃଆରୀରୁ ଏଏପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ସିସୋଦିଆ ଗିରଫ ବ୍ୟତୀତ ଇଡି ନିକଟରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରିଥିଲା। ଦିଲ୍ଲୀର ମଦ ଦୁର୍ନୀତିକୁ ନେଇ ଇଡି ଧୀରେ ଧୀରେ ଅନେକ AAP ନେତାଙ୍କ ଉପରେ କଡା ଜବାବ ଦେଉଛି। ଅର୍ଥ ହେରଫେର ମାମଲାରେ ଆଜି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ପରିସରରେ ଇଡି ଚଢ଼ାଉ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |