ପୁରୀ,୧୮ା୧୧:ରତ୍ନ ଭଣ୍ଡାର ଶୀଘ୍ର ଖୋଲାଯାଉ । ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନିଦିନିଆ ଓଡିଶା ଗସ୍ତରେ ଆସି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମରାମତି କାମ ଦେଖିବା ସହ ରତ୍ନ ଭଣ୍ଡାର ଖୋଲିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେ କହିଛନ୍ତି ଏଏସଆଇ ଏକ ଯୋଗ୍ୟ ସଂସ୍ଥା . ତେଣୁ ସୂଚାରୁ ରୂପେ ସବୁ କାମ ହେବ .ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି,ତେଣୁ ସବୁ ଠିକ୍ ହୋଇଯିବ. ଆଜି ଶଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ତ୍ରିଦିବସୀୟ ଆଲୋଚନା ଚକ୍ରରେ ଭାଗନେବେ କେନ୍ଦ୍ରମନ୍ତ୍ରୀ।ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଯେତେ ସୁବିଧାରେ ଶ୍ରଦ୍ଧାଳୁ ଦର୍ଶନ କରିବେ ସେତେ ଭଲ । ‘ପରିକ୍ରମା ପ୍ରକଳ୍ପ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ଦିର ପ୍ରତି ଧ୍ୟାନ ଦେବା ଉଚିତ୍ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଏଏସଆଇ ନାଟମଣ୍ଡପ ମରାମତି କାର୍ଯ୍ୟ କରିବାକୁ ପ୍ରସ୍ତୁତ କରିଥିବା ପ୍ଲାନ ଦେଖିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |