ନୂଆଦିଲ୍ଲୀ,୨୩।୧୧:ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ଉତ୍ତରକାଶୀ ଟନେଲ ଭିତରେ ନଭେମ୍ବର ୧୨ ତାରିଖରୁ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି । ସେବେଠାରୁ ଉଦ୍ଧାର କାମ ଜୋରସୋରରେ ଚାଲିଛି ।ସୁଡ଼ଙ୍ଗରେ ଦୀର୍ଘ ୧୨ ଦିନ ଧରି ଫଶି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ମଧ୍ୟରେ ଅନେକ ଥର ଡ୍ରିଲିଙ୍ଗ ମେଶିନ ଖରାପ ହୋଇ ବହୁ ସମସ୍ୟା ସୃଷ୍ଟି ହୋଇଥିଲା । ସୁଡ଼ଙ୍ଗ ମଧ୍ୟରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିବା ଜଣାପଡ଼ିଛି । ଶୀଘ୍ର ଉଦ୍ଧାର ହେବେ ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ଆଜି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ର ଜଣେ ସଦସ୍ୟ ହରପାଲ୍ ସିଂ ଏହି ସୂଚନା ଦେଇଛନ୍ତି । ଶ୍ରମିକମାନେ ଆଉ ମାତ୍ର ୧୨ ମିଟର ଦୂରରେ ଅଛନ୍ତି । ଧସିଥିବା ମାଟି ଅତଡ଼ାରେ ଷ୍ଟିଲ୍ ପାଇପ୍ ଭର୍ତ୍ତି କରା ସରିଲାଣି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି । ଆମେରିକାନ ଅଗର ମେସିନ ଏହି ଟନେଲରେ ଖୋଳି ପାଇପ୍ ପଠାଇବାରେ ବେଶ୍ ସଫଳ ହୋଇଥିବା ଉଦ୍ଧାରକାରୀ ଟିମ୍ ସୂଚନା ଦେଇଛି । ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲ୍ରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ । ଏଥିରେ ଅତ୍ୟାଧୁନିକ ମେସିନ ଏବଂ ଉପକରଣ ମହଜୁଦ ରଖାଯାଇଛି । ସେପଟେ ହସ୍ପିଟାଲ୍ରେ ପ୍ରସ୍ତୁତ ରଖାଯାଇଛି ବେଡ୍ । ଶ୍ରମିକ ଆସିବା ମାତ୍ରେ ତୁରନ୍ତ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବ । ଏଥିପାଇଁ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |