ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର.୨୩।୧୧: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ତେବେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିରାଧୀଙ୍କ ହୋହଲ୍ଲା କାରଣରୁ ଗୃହକୁ ୪ଟା ଯାଏଁ ମୁଲତବି ରଖାଯାଇଛି । ଆଜି ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ଅଣଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ନେଇ କିଛିଦିନ ତଳେ କ୍ୟାବିନେଟ ବୈଠକର ନିଷ୍ପତ୍ତି ଉପରେ ରୋକ ଲଗାଯାଇଥିଲା । ଗତ ଗୁରୁବାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ପୋଷ୍ଟ କରି ସୂଚନା ଦେଇଥିଲେ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଭିତ୍ତି କରି ବିରୋଧୀ ଦଳ ପ୍ରଶ୍ନକାଳରେ ଗୃହରେ ହଟ୍ଟଗୋଳ କରିଥିଲେ । ଏ ନେଇ ଗୃହରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ସେମାନେ ଦାବି କରି ହୋହଲ୍ଲା କରିଥିଲେ । ତେବେ ଏହି କାରଣରୁ ବାଚସ୍ପତି ଆଜି ଗୃହକୁ ଅପରାହ୍ଣ ୪ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!