ନୂଆଦିଲ୍ଲୀ,୨୩।୧୧: ଡିପ୍ ଫେକ୍ ରୋକିବାକୁ ଆସିବ ନୂଆ ନିୟମ। ଏହି ନିୟମ ଆଣିବେ କେନ୍ଦ୍ର ସରକାର। ଡିପ୍ ଫେକ୍କୁ ନେଇ ବିବାଦ ବଢ଼ିବା ପରେ ଆକ୍ଟିଭ ମୁଡ୍ରେ ଅଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ସୋସିଆଲ ମିଡିଆ କମ୍ପାନୀ, ନାସକମ୍, ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବିଶେଷଜ୍ଞଙ୍କୁ ନେଇ ଖୁବ ଶୀଘ୍ର ଚିଠା ନିୟମ ପ୍ରସ୍ତୁତ ହେବ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ସେ ଗୁରୁବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ଖୁବ୍ ଶୀଘ୍ର ‘ଡିପ୍ ଫେକ୍’ର ମୁକାବିଲା ପାଇଁ ଆମର ନୂଆ ନିୟମ ରହିବ। ବୈଷ୍ଣବ କହିଛନ୍ତି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକମତ ହୋଇଛି ଯେ ‘ଡିପ୍ ଫେକ୍’ ଚିହ୍ନଟ ଏବଂ ବନ୍ଦ କରିବା ପାଇଁ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।ନିକଟରେ ସୋସିଆଲ ମିଡିଆରେ ଅନେକ ବଲିଉଡ ଅଭିନେତାଙ୍କୁ ଟାର୍ଗେଟ କରୁଥିବା ‘ଡିପ୍ ଫେକ୍’ ଭିଡିଓ ସାମ୍ନାକୁ ଆସିଛି। ସାରା ତେନ୍ଦୁଲକର ଏବଂ ଶୁଭମନ ଗିଲଙ୍କ ଏକ ଫଟୋ ମଧ୍ୟ ଏଡିଟ୍ କରାଯାଇ ଭାଇରାଲ କରାଯାଇଥିଲା। ଅନେକ ଲୋକ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନକଲି ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ଟେକ୍ନୋଲୋଜିର ଅପବ୍ୟବହାର ବିଷୟରେ ଏହା ମଧ୍ୟ ଅନେକ ପ୍ରଶ୍ନ ଉଠାଇଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |