ସ୍କୁଲ୍ ୟୁନିଫର୍ମକୁ ବିଦ୍ୟାଳୟ ପରିସରରେ ଫିଙ୍ଗି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କେନ୍ଦ୍ରାପଡା,୨୩।୧୧:କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଦକ୍ଷିଣଶ୍ବର ହାଇସ୍କୁଲରୁ ନିଜର ଦାବି ରଖିଛନ୍ତି  ଛାତ୍ରଛାତ୍ରୀ  । ତୁମ ଡ୍ରେସ୍ ନିଅ, ଆମକୁ ଶିକ୍ଷକ ଦିଅ । ତୁମ ଖାଇବା ନିଅ, ଆମକୁ ପିଅନ ଦିଅ । ଆମକୁ ଶିକ୍ଷା ଦରକାର। ଆମେ ପଢ଼ିବାକୁ ଚାହୁଁଛୁ। ରାଜ୍ୟ ସରକାରଙ୍କୁ ଏଭଳି କହି ହକ୍ ପାଇଁ ଅଭିନବ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ନିଜେ ପିନ୍ଧିଥିବା ସ୍କୁଲ୍ ୟୁନିଫର୍ମକୁ ବିଦ୍ୟାଳୟ ପରିସରରେ ଫିଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ଅଫିସରେ ତାଲା ପକାଇଛନ୍ତି । ଆଉ ନିଜର ଦାବି ରଖିଛନ୍ତି। ଏହି ବିଦ୍ୟାଳୟରେ 6ଟି ଶ୍ରେଣୀରେ 300ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ମାତ୍ର 8 ଜଣ । ଜଣେ ମାତ୍ର ପିଅନ ଥିବାବେଳେ କିରାଣୀ ନାହାନ୍ତି । ଗୋଟେ ଶ୍ରେଣୀରେ ସେକ୍ସନ୍ ନଥିବାରୁ 120 ଛାତ୍ରଛାତ୍ରୀ ବସୁଛନ୍ତି । ଯାହାକୁ ନେଇ ପ୍ରତିବାଦ ଓ ନାରାବାଜି l ଆଜିର ଶିଶୁ କାଲିର ଭବିଷ୍ୟତର ନାରା ଦେଉଛନ୍ତି ରାଜ୍ୟ ସରକାର। ଶିଶୁଟିଏ ପଢ଼ିଲେ ସମାଜରେ ଶିକ୍ଷାର ମାନବୃଦ୍ଧି ହେବ। ସବୁ ସ୍କୁଲରେ ଉପଯୁକ୍ତ ଶିକ୍ଷକ ଯୋଗାଇ ଦେବାର କଥା ମଧ୍ୟ କୁହାଯାଉଛି। ହେଲେ ଏଠି ସବୁ ଫେଲ ମାରିଛି। ସବୁ କିଛି କାଣିର ଗାର ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!