କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ,୨୩ା୧୧;କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା। ସଂସ୍କୃତି ମନ୍ତ୍ରଣାଳୟ କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ପର୍ବର ମାନ୍ୟତା ଦାବିକୁ ପ୍ରତ୍ୟାଖ୍ୟାନ କରିଛି। କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ମାତ୍ର ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏଥିନିମନ୍ତେ କେନ୍ଦ୍ରକୁ ଦାୟୀ କରିଛନ୍ତି କଟକ ମେୟର ସୁବାସ ସିଂ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି।ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ  ରାଜ୍ୟ ସରକାର। ତେବେ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ତେବେ ଏହି ମାନ୍ୟତା ଦେବାକୁ କିଏ ଉପଯୁକ୍ତ ଅଧିକାରୀ ବୋଲି ପଚାରିଛନ୍ତି ମେୟର।ବଳିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ମିଳିବା ପାଇବା ପରେ ଏହି ଉତ୍ସବକୁ ଜାତୀୟ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା। ତେବେ ସଂସ୍କୃତି ମନ୍ତ୍ରଣାଳୟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ୨୦୧୯ରେ ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ପ୍ରଦାନ କରାଯାଇଥିଲା। ପରେ, କୋଭିଡ୍ ଯୋଗୁ ଏହି ପର୍ବକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ପୁଣି ଗତବର୍ଷ ବାଲିଯାତ୍ରାରେ ୨ ହଜାରରୁ ଅଧିକ ବ୍ୟବସାୟୀ ଭାଗ ନେଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ବାଲିଯାତ୍ରା ଦେଖିବାକୁ ଆସିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!