ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଭୁବନେଶ୍ବର,୨୩।୧୧:ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ‘ପ୍ରଥା’  ସିନେମାର ପ୍ରଯୋଜିକା ସନଲିଶା । ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି ।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଳାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା, ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଦାବି କରିଛନ୍ତି ପ୍ରଯୋଜିକା ସନଲିସା।ଶେଷରେ ଗୁରୁବାରଠାରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଫିଲ୍ମକୁ ବଞ୍ଚାଅ। ଲୋୟର ପିଏମ୍‌ଜିସ୍ଥିତ ଧାରଣା ସ୍ଥଳରେ ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ସେ କହିଛନ୍ତି। ଧାରଣ ସହ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସେ କହିଛନ୍ତି, ପ୍ରତି ଓଡ଼ିଆ ଫିଲ୍ମ ବଞ୍ଚାଅ। ୫ଟି ଦାବି ହେଲା ୧) ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ୨) ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ୩) ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରିପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ। ୪) ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ। ୫) ଏହା ସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍‌ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ ଓ ଇନଭେଷ୍ଟରମାନଙ୍କୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ସହାୟତା ଦିଆଯାଉ। ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ମତେ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲେ ବୋଲି କହିଛନ୍ତି। କାଲିଠାରୁ ପ୍ରଯୋଜକ, କଳାକାର, ଟେକନିସିଆନ, ନିର୍ଦ୍ଦେଶକମାନେ ଯୋଗ ଦେବେ ପ୍ରଯୋଜିକା ସନଲିଶା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!