ମୋଦୀଙ୍କୁ ଅମଙ୍ଗଳିଆ କହି ଅଡ଼ୁଆରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ୍ କ୍ରିକେଟ୍ ର ଫାଇନାଲ ମ୍ୟାଚ୍ ରେ ଅଷ୍ଟ୍ରେଲିଆଠାରୁ ଭାରତୀୟ କ୍ରିକେଟ୍ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପନୌତି ଶବ୍ଦ ବ୍ୟବହାର କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭାରି ପଡିଛି। ଭାଜପା ଦାଖଲ କରିଥିବା ଅଭିଯୋଗରେ ସ୍ପଷ୍ଟୀକରଣ ଦେବାକୁ କହି ନିର୍ବାଚନ କମିଶନ ରାହୁଲଙ୍କୁ ଗୁରୁବାର ଏକ ନୋଟିସ ପଠାଇଛନ୍ତି। ଏବଂ ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ରଖିବାକୁ ଏଥିରେ କୁହାଯାଇଛି।ବିଜେପି ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ରାହୁଲ ଶନିବାର ଦିନ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ତାଙ୍କ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବହୁ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଏହିପରି ଭାଷାର ବ୍ୟବହାର ଜଣେ ବରିଷ୍ଠ ନେତାଙ୍କ “ଅସମ୍ମାନ” ଅଟେ।କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ବୁଧବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରତିନିଧି ଦଳରେ ଥିବା ଅନ୍ୟ ନେତାମାନେ ଦଳର ସାଧାରଣ ସମ୍ପାଦକ ରାଧା ମୋହନ ଦାସ ଅଗ୍ରୱାଲ ଓ ଅନ୍ୟ ଜଣେ କର୍ମକର୍ତ୍ତା ଓମ୍ ପାଠକଙ୍କ ସମେତ ରାହୁଲଗାନ୍ଧୀଙ୍କ ବୟାନକୁ ଅପମାନଜନକ ବୋଲି କହିଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!