ରୋଗୀଙ୍କ ପାଇଁ ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଡ଼ାକ୍ତର

ରାଜକନିକା,୨୩/୧୧(ଓଡ଼ିଆନ୍ ନ୍ୟୁଜ୍‌):ରୋଗୀଙ୍କ ପାଇଁ ରକ୍ତଦାନ କରି ନିଜ ଜନ୍ମଦିନ ପାଳନ କରିଛନ୍ତି ଜଣେ ଡ଼ାକ୍ତର । ଜନସେବାରେ ବ୍ରତୀ ଥିବା ଏହି ଡ଼ାକ୍ତରଙ୍କ ପ୍ରତି ଭଲ ପାଇବା ପ୍ରଦର୍ଶନ କରି ରକ୍ତଦାନ କରିବା ପାଇଁ ଭିଡ଼ ଲଗାଇଥିଲେ ଅଞ୍ଚଳବାସୀ । କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ ସଦର ରାଜକନିକା ଆଥ୍‌ଲେଟିକ୍ ଆସୋସିଏସନ୍ ପରିସରରେ ଆଳି କନିକା ଯୁବ ସମନ୍ୱୟ ଦ୍ୱାରା ଆୟୋଜିତ ଏହି ନିଆରା ରକ୍ତଦାନ ଶିବିରରେ ୩୦୨ ରକ୍ତ ସଂଗୃହୀତ ହୋଇ ରେକର୍ଡ଼ ସୃଷ୍ଟି କରିଛି । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଦନ୍ତ ବିଭାଗର ସହକାରୀ ପ୍ରଫେସର ତଥା ଓଡ଼ିଶା ଦନ୍ତ ପରିଷଦର ସଭାପତି ଡ଼ାକ୍ତର ଆଶିଷ କୁମାର ବାରିକଙ୍କ ୫୦ ତମ ଜନ୍ମଦିନ ଅବସରରେ ରୋଗୀଙ୍କ ପାଇଁ ପ୍ରଥମେ ରକ୍ତଦାନ କରି ନିଆରା ଢ଼ଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ରାଜକନିକା କାଟଣା ଡ଼ାଆଣିଗିରିରେ ଜନ୍ମଗ୍ରହଣ କରିଥିବା ଡ଼ାକ୍ତରଶ୍ରୀବାରିକ୍ ରକ୍ତଦାନ କରି ସାରା ରାଜ୍ୟରୁ ରକ୍ତର ଅଭାବ ଦୂର କରିବାକୁ ସମସ୍ତଙ୍କୁ ନିଜ ଜନ୍ମଦିନ ଅବସରରେ ନିବେଦନ କରିଛନ୍ତି । ଡ଼ାକ୍ତରଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଅଞ୍ଚଳବାସୀଙ୍କ ପକ୍ଷରୁ ରକ୍ତଦାନ କରିବାକୁ ସୁଅ ଛୁଟିଥିଲା । ୩୦୨ ଜଣ ରକ୍ତଦାନ କରିଥିବା ବେଳେ ୧୫ରୁ ଅଧିକ ଲୋକ ରକ୍ତଦାନ ନକରି ଫେରିଯାଇଥିଲେ । ଗରିବ ଲୋକମାନଙ୍କୁ ସେବା, ସହଯୋଗ ଓ ଚିକିତ୍ସାରେ ଶ୍ରୀବାରିକ୍ ଓଡ଼ିଶାରେ ଖୁବ୍ ପରିଚିତ । ଏହା ସହିତ ଓଡ଼ିଶା ସରକାର ଗଠନ କରିଥିବା ଓଡ଼ିଶା ରାଜ୍ୟ ଦନ୍ତ ପରିଷଦକୁ ଡ଼ାକ୍ତର ବାରିକ୍‌ଙ୍କୁ ସରକାର ମନୋନୀତ କରିଛନ୍ତି । ଓଡ଼ିଶା ମେଡ଼ିକାଲ ଟିଚର୍ସ ଆସୋସିଏସନ୍‌(ଓମ୍‌ଟା)ର ସଭାପତି ଭାବେ ପୂର୍ବରୁ କାର୍ଯ୍ୟକରିଥିବା ଶ୍ରୀବାରିକ ଏତେ ଲୋକପ୍ରିୟତା ଅର୍ଜନ କରିଛନ୍ତିଯେ, ଆଜି ଦିନ ତମାମ ତାଙ୍କୁ ବିଭିନ୍ନ ଗର୍ବର ଲୋକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇ ପୁୁଷ୍ପଗୁଚ୍ଛ ପ୍ରଦାନ ସହିତ ଉତ୍ତରୀୟ ପ୍ରଦାନ କରିଥିଲେ । ଆଳି କନିକା ଯୁବ ସମନ୍ୱୟ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସମସ୍ତ ସଦସ୍ୟ ଏବଂ ଶୁଭେଚ୍ଛୁ ପରିଚାଳନା କରିଥିଲେ । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଡ଼ାକ୍ତରୀ ଦଳ, ଓଡ଼ିଶା ରେଡ୍ କ୍ରସ୍‌, କଟକର ଡ଼ାକ୍ତରୀ ଦଳ ଏବଂ କେନ୍ଦ୍ରାପଡ଼ା ରକ୍ତଭଣ୍ଡାରର ଡ଼ାକ୍ତରୀ ଦଳ ରକ୍ତ ସଂଗ୍ରହ କରିଥିଲେ । ଏହି ନିଆରା ରକ୍ତଦାନ ଶିବିରକୁ ରାଜକନିକା ଆଇଆଇସି ଦିଲ୍ଲିପ୍ କୁମାର ଧଳ ଆନୁଷ୍ଠାନିକ ଭାବେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ଫମାଲ୍ୟ ସହିତ ପ୍ରଦୀପ୍ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଆଳି ଏବଂ ରାଜକନିକା ବ୍ଳକ୍‌ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାନ ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

WhatsApp Image 2023 11 23 at 5.32.18 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!