ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍‌

ଭୁବନେଶ୍ବର,୨୮।୫:ବରିଷ୍ଠ କଂଗ୍ରେସ ନେତା  ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍‌ ହୋଇଛି। ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ ଅଫିସରେ ଗତକାଲି ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୁଲିସ ମିଳିତ ଭାବେ ରେଡ୍ କରିଥିବା ଜଣାଯାଇଛି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେନେଇ କୌଣସି ସୂଚନା ମଳିନାହିଁ।ତେବେ ଏହି ରେଡ୍‌ ସମୟରେ ବିଜେଡି କର୍ମୀ କଂଗ୍ରେସ ଅଫିସ୍ ବାହାରେ ହୋହଲ୍ଲା କରିବା ଏବଂ ଆଇଟି ଓ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀଙ୍କୁ ଏସକର୍ଟ କରି ଆଣୁଥିବା ଅଭିଯୋଗକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା। ଏହାକୁ ବିରୋଧ କରି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଶତାଧିକ କର୍ମୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଚେକିଂ କରିବାର କିଛି ଅସୁବିଧା ନାହିଁ। ଏଥିପାଇଁ ଆମେ ତାଙ୍କୁ ସ୍ୱାଗତ କରୁଛି। ହେଲେ ତାଙ୍କ ସାଙ୍ଗରେ ୧୦ରୁ ୧୫ଜଣ ବିଜଡି କର୍ମୀ କିପରି ଆସିଲେ? ଏନେଇ ଜିଲ୍ଲାପାଳ ଓ ଏସପି ନିକଟରେ ଅଭିଯୋଗ କରିଛୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!