ନୂଆଦିଲ୍ଲୀ,୨୮।୫: ତମାଖୁ, ଗୁଟଖା ,ବର୍ଷକ ପାଇଁ ବ୍ୟାନ୍|ତମାଖୁ, ଗୁଟଖା ଓ ପାନ ମସଲାର ବିକ୍ରି ଉପରେ ରୋକ ଲଗାଇଛନ୍ତି ତେଲେଙ୍ଗାନା ସରକାର। ଆସନ୍ତା ବର୍ଷେ ପର୍ଯ୍ୟନ୍ତ ରାଜ୍ୟରେ ଏହି ସବୁ ଉତ୍ପାତ ଉପରେ ଲାଗିଛି ବ୍ୟାନ୍ ।ରାଜ୍ୟର ଖାଦ୍ୟ ସୁରକ୍ଷା ଆୟୋଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ଗୂଟଖା,ପାନ ମସଲାର ପ୍ରସ୍ତୁତି, ବିତରଣ, ବିକ୍ରି ଓ ପରିବହନ ଉପରେ ରୋକ ଲଗାଇ ଦିଆଯାଇଛି। ଏହି ବ୍ୟାନ୍କୁ ତତ୍କାଳ ଲାଗୁ କରାଯାଇଥିବା ବେଳେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର ହେବ ବୋଲି ସ୍ପଷ୍ଟ କରାଯାଇଛି।ତମାଖୁ ଓ ଗୁଟଖାରେ ଥିବା ନିକୋଟିନ୍ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏଥିଯୋଗୁ ବହୁ ଲୋକ କ୍ୟାନସର ପରି ଗୁରୁତର ବେମାରର ଶିକାର ହେଉଛନ୍ତି। ଫଳରେ ପ୍ରତି ବର୍ଷ ଏଥିଯୋଗୁ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ ଅନୁଯାୟୀ, ସାଧାରଣ ଲୋକଙ୍କ ସୁରକ୍ଷା ନିମନ୍ତେ ଏହି କଟକଣା ଲାଗୁ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |