ନୂଆଦିଲ୍ଲୀ,୨୮।୫: ବିମାନ ଉଡ଼ାଣ ଆରମ୍ଭ ପୂର୍ବରୁ ମିଳିଲା ବୋମା ଧମକ। ଇଣ୍ଡୋଗୋ ଫ୍ଲାଇଟ୍ 6E2211 ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ମିଳିଛି। ସକାଳ ୫ଟା ୩୫ ମିନିଟରେ ବିମାନରେ ବୋମା ଥିବା ନେଇ ଖବର ମିଳିଥିଲା |ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ତଦନ୍ତକାରୀ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି।ବିମାନଟି ଦିଲ୍ଲୀର ଟି୨ ଟର୍ମିନାଲରୁ ସକାଳ ୫:୦୪ ରେ ବନାରସ ଅଭିମୁଖେ ଯାତ୍ରା କରିବାର ଥିଲା । କିନ୍ତୁ ସେତିକି ବେଳେ ବୋମା ବିଷୟରେ ସୂଚନା ପାଇଥିଲା ବିମାନ କର୍ତ୍ତୃପକ୍ଷ । ଏହାପରେ ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ସଙ୍ଗେ ସଙ୍ଗେ ଏନେଇ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ତଦନ୍ତକାରୀ ଦଳଙ୍କୁ ଖବର ଦିଆଯାଇଥିଲା । ଏହା ବ୍ୟତୀତ ଘଟଣାସ୍ଥଳରେ ସିଆଇଏସଏଫର ୫ ଟି ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |