ପାପଡାହାଣ୍ଡି(ମିହିର ଶଙ୍କର ପାତ୍ର),,୨ା୭:- ସକାଳେ ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ କିଡିଙ୍ଗଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି | ତାଙ୍କ ନାମ ରଘୁ ଜାନି , ତାଙ୍କେ ସକାଳ ସମୟ ରେ ନିଜ ଘୋର ନିକଟସ୍ତ ଥିବା ଜମିରେ ହିଡ଼ ଦେଇ ଚାଲିକି ଯିବା ସମୟରେ ଏକ ସାପ କାମୁଡି ଦେଇଥିଲା | ଏହି ଖବର ନିଜ ପରିବାର ସଦସ୍ୟ ମାନଙ୍କୁ ଜଣାଇବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଚିକିତ୍ସା ଉପଚାର ପରେ ବର୍ତମାନ ତାଙ୍କ ସ୍ଵାସ୍ଥ୍ୟ ସ୍ତିର ଥିବା ଜଣା ପଡ଼ିଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |