ରାଜ୍ୟରେ ୩ ହଜାର ହେବ ଭତ୍ତା ଟଙ୍କା

ଭୁବନେଶ୍ବର,୨ା୭: ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣ ବୃଦ୍ଧି ପାଇବ। ଏହି ଭତ୍ତା ଟଙ୍କାକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି|ସେହିପରି କାହାକୁ କେତେ ଟଙ୍କା ଭତ୍ତା ବୃଦ୍ଧି କରାଯିବ ଏ ବାବଦରେ ପରେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟିକରଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଆଗରୁ ବନ୍ଦ ଥିବା ସ୍କୁଲ ଗୁଡିକୁ ପୁଣିଥରେ ଖେଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ଜଣାଇ ଦିଆଯାଇଛି । ଏନେଇ ମଧ୍ୟ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!