ବଦଳିଲା ଲକ୍ଷ୍ମୀ ବସ୍‌ ରଙ୍ଗ

ଭୁବନେଶ୍ୱର,୨ା୭: ରାଜ୍ୟରେ ଭାଜପା ସରକାର ଆସିବା ପରେ ସବୁ ପରିବର୍ତ୍ତନ ହେଉଛି। ଏସବୁ ମଧ୍ୟରେ ଲକ୍ଷ୍ମୀ ବସ୍‌ର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ ବୋଲି ପରିବହନ ମନ୍ତ୍ରୀ ଘୋଷଣା କରିଥିବା ବେଳେ ଏବେ ଏହାର ରଙ୍ଗ ବଦଳାଯାଇଛି। ବଦଳିଲା ଲକ୍ଷ୍ମୀ ବସ୍ ରଙ୍ଗ, ସବୁଜରୁ ହେଲା ଗେରୁଆ । ଢେଙ୍କାନାଳରେ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି । ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ବଦଳି ଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!